ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ଅନ୍ୟ ଦେଶକୁ ବିସ୍ତାର ହେଉଛି । ଓମାନରେ ତୈଳ ଜାହାଜରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସୋମବାର ଓମାନର ମାର୍ଶଲ୍ ଦୀପରେ ଥିବା ଏକ ତେଲ ଜାହାଜରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ପ୍ରାଣ ହରାଇଛନ୍ତି । ସେ ତେଲ ଜାହାଜରେ ନାବିକଭାବେ କାର୍ଯ୍ୟରତ ଥିଲେ । ଏହି ଆକ୍ରମଣ ମସ୍କଟ କୂଳରୁ ୯୫ କିଲୋମିଟର୍ ଦୂରରେ ହୋଇଛି । ମିସାଇଲ୍ ପଡ଼ିବା ଦ୍ୱାରା ଜାହାଜରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଜାହାଜରେ ୨୧ ଜଣ କ୍ରିୟୁ ସଦସ୍ୟ ଥିବାବେଳେ ସେଥିରେ କେବଳ ୧୬ ଭାରତୀୟ ଥିଲେ । ୩ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ବିଶେଷଜ୍ଞମାନେ ଏହି ଆକ୍ରମଣକୁ ଇରାନର ବୋଲି କହିଛନ୍ତି । ଇରାନ୍ ଦ୍ୱାରା ହୋଇଥିବା ମିସାଇଲ୍ ଏବଂ ଡ୍ରୋନ ଆକ୍ରମଣରେ ଏହି କ୍ଷତି ହୋଇଥିବା କୁହାଯାଉଛି । ଏହି ତୈଳ ଡିପୋ ବିଶ୍ୱ ସ୍ତରରେ ତେଲ ବ୍ୟାପାର ପାଇଁ ଖୁବ ପ୍ରସିଦ୍ଧ ଅଟେ । ସେହି ତୈଳ ଜାହାଜ ଟ୍ୟାଙ୍କରେ ୫୯ ହଜାର ୪୬୩ ମେଟ୍ରିକ୍ ଟନ୍ କାର୍ଗୋ ଥିଲା ।

LEAVE A REPLY

Please enter your comment!
Please enter your name here