ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଅଧିକ ବଡ ରୂପ ନେଉଛି ଓ ଚାଲିଛି ଲଗାତାର ହମଲା । ଏହା ମଧ୍ୟରେ ଇରାନର ରାଜଧାନୀ ତେହରାନରୁ ଆସିଛି ବଡ ଖବର । ଇରାନର ସରକାରୀ ମିଡିଆ ଶୁକ୍ରବାର ସୂଚନା ଦେଇଛି ଯେ, ଆଇଆରଜିସିର ମୁଖପାତ୍ର ଅଲୀ ମହମ୍ମଦ ନୈନି ଆମେରିକା ଓ ଇସ୍ରାଏଲ ଦ୍ୱାରା ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି । ଆଇଆରଜିସି ଇରାନର ସବୁଠୁ ଶକ୍ତିଶାଳୀ ଓ ଆର୍ଥିକ ସଂସ୍ଥା ଅଟେ । ଗତ କିଛି ଦିନରେ ଇରାନ ନିଜର ତିନି ଅନ୍ୟ ପ୍ରଭାବଶାଳୀ ଅଧିକାରୀଙ୍କୁ ହରାଇଛି । ଏହି ଯୁଦ୍ଧରେ ପୂର୍ବତନ ସଂସଦ ଅଧ୍ୟକ୍ଷ ତଥା ବରିଷ୍ଠ ପରାମର୍ଶଦାତା ଅଲୀ ଲାରିଜାନୀ, ବାସିଜ ସ୍ୱଂୟସେବୀ ବଳର ପ୍ରମୁଖ ଗୁଲାମରେଜା ସୁଲେମାନୀ ଓ ଇରାନର ଗୁଇନ୍ଦା ମନ୍ତ୍ରୀ ଇସମାଲ ଖତିବ ପ୍ରାଣ ହରାଇଛନ୍ତି । ଅୟାତୁଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୁଜତବା ଖାମେନି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବି ଆହତ ହୋଇଥିବା ଖବର ଆସୁଛି । ସେଥିପାଇଁ ଇରାନ କ୍ଷମତାଶୂନ୍ୟ ହେବାର ଆଶଙ୍କା ଦେଖା ଦେଇଛି । ଇରାନର ନୂଆ ସର୍ବୋଚ୍ଚ ନେତା ଅୟାତୁଲ୍ଲା ମୁଜତବା ଖାମେନି ଦେଶବାସୀଙ୍କୁ ସମ୍ବୋଧିତ କରି ଶୁକ୍ରବାର ନିଜ ଦେଶର ଶତ୍ରୁଙ୍କ ସୁରକ୍ଷା ଛଡାଇ ନେବାକୁ ଆହ୍ୱାନ ଦେଇଛନ୍ତି । ଇରାନକୁ ଆହୁରି ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇରାନର ସରକାରୀ ମିଡିଆ ଶୁକ୍ରବାର ସୂଚନା ଦେଇଛି ଯେ, ଆଇଆରଜିସିର ମୁଖପାତ୍ର ଅଲୀ ମହମ୍ମଦ ନୈନି ଆମେରିକା ଓ ଇସ୍ରାଏଲ ଦ୍ୱାରା ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ।













