ସାଧରଣତଃ ମେୟର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥାଏ । ସହରର ଶାସନଭାର ମେୟରଙ୍କ ହାତରେ ଥାଏ । ହେଲେ ଏବେ ଏମାନେ କେବଳ ନିର୍ବାଚନବେଳେ ଦେଖାଯାଉଛନ୍ତି । ପରେ ଲୋକମାନଙ୍କର ସୁଖଦୁଃଖରେ ଏମାନେ ଭାଗିଦାର ହେଉନଥିବାରୁ ଆମେରିକାର ଲୋକେ ଏକ ଅଭିନବ ଉପାୟ ବାହାର କରିଛନ୍ତି । ଆମେରିକାର କାର୍ଲିଫର୍ଣ୍ଣିଆର ଇଡିଲ ବାଇଲ୍ଡ ସହରର ଲୋକମାନେ କୁକୁରକୁ ନିଜର ମେୟର ଭାବେ ବାଛିଛନ୍ତି । ଗୋଲଡେନ ରେଟ୍ରିଭର ପ୍ରଜାତିର ଏକ କୁକୁରକୁ ମେୟରଙ୍କ ସ୍ଥାନରେ ବସାଇଛନ୍ତି । ଏହି ନବନିର୍ବାଚିତ ମେୟରଙ୍କ ନାଁ ରଖାଯାଇଛି ମ୍ୟାକ୍ସିମସ୍ ମ୍ଲୁୟର ୨ । ଏହି ମେୟରଙ୍କ ଉପରେ ଅନେକ ଦାୟିତ୍ୱ ଦିଆଯାଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ୨ଜଣ ଡେପୁଟି ମେୟରଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଏମାନେ ମଧ୍ୟ ସମାନ ପ୍ରଜାତିର ।

LEAVE A REPLY

Please enter your comment!
Please enter your name here