ଗୁଗଲରେ ଇଡିଅଟ ଲେଖି ସର୍ଚ୍ଚ କରିବା ସମୟରେ ନଜରକୁ ଆସୁଛି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଚେହେରା । ଏହାକୁ ନେଇ ଏବେ ଟ୍ରମ୍ପ ଗୁଗୁଲ ଉପରେ ଏକ ପ୍ରକାର ରାଗିଯାଇଥିବା ଜଣାପଡିଛି । ଗୁଗଲ ତାଙ୍କ ବ୍ୟକ୍ତିତ୍ୱକୁ ଖରାପ କରୁଥିବାରୁ ସେ ଏହା ବିରୁଦ୍ଧରେ କଡା ପଦକ୍ଷେପ ନେବେ ବୋଲି କହିଛନ୍ତି । ଟ୍ରମ୍ପ କହିଛନ୍ତି, ଯେବେଠାରୁ ରାଷ୍ଟ୍ରପତି ଆସନ ହାତେଇଛନ୍ତି ସେବେଠାରୁ କିଛି ଗଣମାଧ୍ୟମ ତାଙ୍କ ପଛରେ ପଡିଛନ୍ତି । ଏଥିରେ ଗୁଗଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ସେ କହିଛନ୍ତି । କାରଣ ଗୁଗୁଲର ଏମିତି କାର୍ଯ୍ୟକଳାପ ତାଙ୍କ ବ୍ୟକ୍ତିତ୍ୱ ଉପରେ ନକରାତ୍ମକ ପ୍ରଭାବ ପକାଉଛି ।

LEAVE A REPLY

Please enter your comment!
Please enter your name here