ମଧ୍ୟପ୍ରାଚ୍ୟର ସମୁଦ୍ର ପଥ ଦେଇ ଗୁଜରାଟ ଅଭିମୁଖେ ଆସୁଥିବା ଏକ କାର୍ଗୋ ଜାହାଜ ଉପରେ ହୋର୍ମୁଜ ଷ୍ଟ୍ରେଟ୍ ନିକଟରେ ଆକ୍ରମଣ ହୋଇଛି । ଏଥିରେ ଥିବା ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଓ ଥାଇଲାଣ୍ଡର ୩ ଜଣ ନାଗରିକ ନିଖୋଜ୍ ଅଛନ୍ତି । ମୟୁରୀ ନାରୀ ନାମକ ମାଲବାହୀ ଜାହାଜ ସଂଯୁକ୍ତ ଆରବ ଏମିରେଟ୍ସକ ଖଲୀଫା ବନ୍ଦରରୁ ଭାରତ ଅଭିମୁଖେ ବାହାରିଥିଲା । ଏହା ଗୁଜରାଟର କଣ୍ଡଲା ବନ୍ଦରରେ ପହଁଚିବାର ଥିଲା କିନ୍ତୁ ଓମାନର ଉତ୍ତର ଉପକୂଳରୁ କିଛି ମାଇଲ ଦୂରରେ ଆକ୍ରମଣ ହୋଇଥିଲା। ଓମାନ ତଟରକ୍ଷୀ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ୨୩ ଜଣ ସଦସ୍ୟ ଥିଲେ । ଓମାନ ତଟରକ୍ଷୀ ବାହିନୀ ମାତ୍ର ୨୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଥାଇଲାଣ୍ଡ ନାଗରିକ ନିଖୋଜ ଥିବା ସରକାର ସ୍ପଷ୍ଟ କରିଛନ୍ତି । ସେହିପରି ଜାହାଜରୁ ମଧ୍ୟର କଳା ରଙ୍ଗର ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଜାହାଜକୁ କେଉଁଥିରେ ଆକ୍ରମଣ କରାଯାଇଛି ତାହା ଏପର୍ଯ୍ୟନ୍ତ ଜାପଡିନାହିଁ ଏବଂ କୌଣସି ଦେଶ ମଧ୍ୟ ଏହି ଆକ୍ରମଣକୁ ସ୍ୱୀକାର କରି ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here