ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ମତଭେଦର ଖବର ସାମ୍ନାକୁ ଆସିଛି। ସେ ମସ୍କଙ୍କ ସହଯୋଗୀ ଜାରେଡ୍ ଆଇଜାକମ୍ୟାନଙ୍କୁ ନାସାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ଜାରେଡ୍ ଏବେ ଆମେରିକୀୟ ମହାକାଶ ସଂସ୍ଥାର ନେତୃତ୍ୱ ନେବେ। ଜାରେଡ୍ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ସୂଚନା ସେୟାର କରିଛନ୍ତି। ପୂର୍ବରୁ ଟ୍ରମ୍ପ ,ମସ୍କଙ୍କ ସହ ସମ୍ପର୍କ ଖରାପ ହେବା ପରେ ଟ୍ରମ୍ପ ନିଜେ ଜାରେଡ୍ ଆଇଜାକମ୍ୟାନଙ୍କୁ ନାସାରୁ ବହିଷ୍କାର କରିଥିଲେ। ଜାରେଡ୍ ଆଇଜାକମ୍ୟାନଙ୍କ ସ୍ଥାନରେ ଆମେରିକା ପରିବହନ ସଚିବ ସିଆନ୍ ଡଫିଙ୍କୁ ମଧ୍ୟବର୍ତ୍ତୀକାଳୀନ ନାସା ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ଏବେ ଟ୍ରମ୍ପ ଜାରେଡ଼ଙ୍କ ପଦବୀକୁ ପୁନଃସ୍ଥାପିତ କରିଛନ୍ତି।ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରି କହିଛନ୍ତି କି ମୁଁ ଜଣେ ଉତ୍କୃଷ୍ଟ ବ୍ୟବସାୟ ନେତା, ପାଇଲଟ୍ ଏବଂ ମହାକାଶଚାରୀ ଜାରେଡ୍ ଆଇଜାକମ୍ୟାନଙ୍କୁ ନାସାର ପ୍ରଶାସନିକ ଅଧିକାରୀ ଭାବରେ ମନୋନୀତ କରି ବହୁତ ଖୁସୀ ଅଛି । ଟ୍ରମ୍ପଙ୍କ ପ୍ରସ୍ତାବକୁ କଂଗ୍ରେସ ଦ୍ୱାରା ଅନୁମୋଦନ କରିବାକୁ ପଡିବ, ଏବଂ ଟ୍ରମ୍ପଙ୍କ ଦଳ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ରଖିଛି। ଜାରେଡ୍ ଖୁବ୍ ଶୀଘ୍ର ନାସାର କମାଣ୍ଡ ଗ୍ରହଣ କରିବେ।ଜାରେଡଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ଜାରେଡଙ୍କ ମହାକାଶ ପ୍ରତି ଆଗ୍ରହ ଏବଂ ତାଙ୍କ ଅଭିଜ୍ଞତା ବ୍ରହ୍ମାଣ୍ଡର ରହସ୍ୟ ସମାଧାନ କରିବାରେ ସାହାଯ୍ୟ କରିବ। ଏହା ମହାକାଶ ଅର୍ଥନୀତିକୁ ବୃଦ୍ଧି କରିବ। ଏହି କାରଣରୁ ସେ ନାସାର ନେତୃତ୍ୱ ନେବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଅଟନ୍ତି। ଜାନୁଆରୀ-୨୦୨୫ରେ କ୍ଷମତା ଗ୍ରହଣ କରିବା ପରେ ଟ୍ରମ୍ପ ମସ୍କଙ୍କ ଅନୁରୋଧରେ ଜାରେଡଙ୍କୁ ନାସାର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ। ଜାରେଡଙ୍କୁ ଏଲୋନ ମସ୍କଙ୍କ ନିକଟତର ବୋଲି ବିବେଚନା କରାଯାଏ।

LEAVE A REPLY

Please enter your comment!
Please enter your name here