ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବୁଧବାର ଇରାନ ଦୁବାଇର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ ଆକ୍ରମଣ କରିଛି । ଏଥିରେ ଜଣେ ଭାରତୀୟ ସମେତ ଚାରି ଜଣ ଆହତ ହୋଇଛନ୍ତି । ଦୁବାଇ ଅଧିକାରୀ ଏହାର ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ, ବିମାନ ବନ୍ଦର ନିକଟରେ ଦୁଇଟି ଡ୍ରୋନ ଖସିଛି । ଏଥିରେ ଦୁଇ ଜଣ ଘାନାର ନାଗରିକ, ଜଣେ ବାଂଲାଦେଶୀ ଏବଂ ଜଣେ ଭାରତୀୟ ନାଗରିକ ଆହତ ହୋଇଛନ୍ତି । ଡ୍ରୋନ ହମଲା ପରେ ବି ବିମାନ ବନ୍ଦରରେ ବିମାନ ଯାତାୟତ ସ୍ୱାଭାବିକ ରହିଛି । ଦୁବାଇ ଏୟାରପୋର୍ଟ୍ସ କହିଛି ଯେ, ମାର୍ଚ୍ଚ ୭ରେ ଏୟାରପୋର୍ଟରେ ଉଡାଣ ଆଂଶିକ ଭାବେ ଆରମ୍ଭ ହୋଇଛି , ପୂର୍ବରୁ  କିଛି ସମୟ ପାଇଁ ଉଡାଣ ରୋକା ଯାଇଥିଲା । ଯାତ୍ରୀଙ୍କୁ କୁହାଯାଇଥିଲା ଯେ, ସେ ପର୍ଯ୍ୟନ୍ତ ବିମାନ ବନ୍ଦର ଯାଆନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଏୟାରଲାଇନ ବିମାନ ଉଡାଣ ସ୍ପଷ୍ଟ ନ କରିଛି । କାରଣ ସମସ୍ତ ଉଡାଣର ସିଡ୍ୟୁଲ ଲଗାତାର ବଦଳି ଚାଲିଛି । ଉଡାଣରେ ହାରାହାରି ୬୦ରୁ ୯୦ ମିନିଟ୍ ବିଳମ୍ବ ଘଟୁଛି ।ପୂର୍ବରୁ, ମାର୍ଚ୍ଚ ୧ ତାରିଖରେ ଏକ ଡ୍ରୋନ୍ ଆକ୍ରମଣରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଏକ ଅଂଶରେ ସାମାନ୍ୟ କ୍ଷତି ହୋଇଥିଲା ଓ ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here