୧୯୬୦ ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଭାରତ ଆଜି ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲର ଦାବି ପ୍ରତ୍ୟାଖ୍ୟାନ କରି ଏହାକୁ ଅବୈଧ ବୋଲି କହିଛି । ଭାରତ ସରକାର ହେଗସ୍ଥିତ ସ୍ଥାୟୀ ମଧ୍ୟସ୍ଥତା କୋର୍ଟର ନିଷ୍ପତ୍ତିକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । କହିଛନ୍ତି , ଯେ ଏହା କେବେବି ପାକିସ୍ତାନ ସହିତ ବିବାଦ ସମାଧାନ ପାଇଁ ତଥାକଥିତ ଢାଞ୍ଚାକୁ ସ୍ୱୀକୃତି ଦେଇନାହିଁ । ଜମ୍ମୁ ଏବଂ କାଶ୍ମୀରର କିଶନଗଙ୍ଗା ଏବଂ ରାଟଲେ ଜଳବିଦ୍ୟୁତ ପ୍ରକଳ୍ପରେ ତଥାକଥିତ ମଧ୍ୟସ୍ଥତା ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି । ଭାରତ ତରଫରୁ କୁହାଯାଇଛି ଯେପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱସନୀୟ ଏବଂ ଅପରିବର୍ତ୍ତନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ପ୍ରତ୍ୟାଖ୍ୟାନ କରିନାହିଁ ସେ ପର୍ଯ୍ୟନ୍ତ ଏହି ଚୁକ୍ତିନାମା ସ୍ଥଗିତ ରହିବ । ଭାରତ ସ୍ପଷ୍ଟ କରିଛି ଯେ ସିନ୍ଧୁ ଜଳ ଚୁକ୍ତିନାମା ସେ ପର୍ଯ୍ୟନ୍ତ ସ୍ଥଗିତ ରହିବ,ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ପ୍ରତ୍ୟେକ ଭିତ୍ତିଭୂମି ଏବଂ ପାଣ୍ଠିକୁ ନଷ୍ଟ ନ କରେ,ଏବଂ ତା’ର ମାଟିରେ ଥିବା ପ୍ରତ୍ୟେକ ଆତଙ୍କବାଦୀଙ୍କୁ ନିପାତ ନ କରେ । ପାକିସ୍ତାନ ଏବଂ ସାରା ବିଶ୍ୱ ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ଦେଇଛି ଯେ ଭାରତରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦୀ ଆକ୍ରମଣର ପାକିସ୍ତାନ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଲିଙ୍କ୍ ଥିବା ପ୍ରମାଣିତ ହେଲେ ତାହାକୁ ଯୁଦ୍ଧ ବୋଲି ବିବେଚନା କରାଯିବ ।

LEAVE A REPLY

Please enter your comment!
Please enter your name here