ପୁଣି ଥରେ ଟ୍ରମ୍ପ ବ୍ରିକ୍ସ ଦେଶ ସମୂହ କୁ ଟାରିଫ୍ ଧମକ ଦେଇଛନ୍ତି । ଟ୍ରମ୍ପଙ୍କ ର୍ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର୍ ମିଲେଇଙ୍କ ସହ ହ୍ୱାଇଟ୍ ହାଉସ୍‌ରେ ହୋଇଥିବା ଏକ ବୈଠକରେ ବ୍ରିକ୍ସ ଦେଶମାନେ ଡଲାର୍ କୁ ହାନି ପହଂଚାଇବା ପାଇଁ ସଂଗଠିତ ହେଉଛନ୍ତି ବୋଲି ଜାଣିବା ପରେ ,ସେମାନଙ୍କ ଉପରେ ବଡ ଟାରିଫ୍ ଲଗାଇବା ନେଇ ଧମକ ଦେଇଛନ୍ତି ଟ୍ରମ୍ପ । ଏହା ସହିତ ଯେଉଁ ଦେଶମାନେ ବ୍ରିକ୍ସରେ ଯୋଗ ଦେବାକୁ ଚାହାଁନ୍ତି। ସେମାନଙ୍କ ଉପରେ ମଧ୍ୟ ଟାରିଫ୍ ଲଗାଜିବ ବୋଲି ଟ୍ରମ୍ପ କହିଛନ୍ତି ।୨୦୨୪ ନଭେମ୍ବରରେ ନିର୍ବାଚନ ପରେ ବ୍ରିକ୍ସ ଦେଶମାନେ ଯଦି ଡଲାରକୁ ରିଜର୍ଭ ମୁଦ୍ରା ଭାବେ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବେ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ବର୍ତ୍ତମାନ ଟାରିଫ୍ ଲଗାଇବା ନିଷ୍ପତ୍ତିକୁ ସ୍ପଷ୍ଟ କରିଛନ୍ତି ।ଟାରିଫ୍ ବ୍ରାଜିଲ୍, ଚୀନ୍ ଓ ଭାରତ ଭଳି ଦେଶମାନଙ୍କୁ ସିଧାସଳଖ ପ୍ରଭାବିତ କରିବ, ଏବଂ ଚୀନ୍‌କୁ ସବୁଠାରୁ ଅଧିକ କ୍ଷତି ହେବାର ସମ୍ଭାବନା ରହିଛି । ତେବେ ଭାରତ ଡଲାର କୁ କୌଣସି ପ୍ରକାରରେ ହାନି ପହଞ୍ଚାଇବାରେ ଆଗ୍ରହୀ ନାହିଁ। ଭାରତ, ବ୍ରିକ୍ସର ମୂଳ ସଦସ୍ୟ ରହିଥିବା ସତ୍ବେ ଆମେରିକା ସହ ବାଣିଜ୍ୟ ସମ୍ପର୍କକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରୁଛି ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।

LEAVE A REPLY

Please enter your comment!
Please enter your name here