ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତାଲିବାନ ପ୍ରଶାସନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ରାୱଲପିଣ୍ଡିର ନୁର ଖାନ ଏୟାରବେସ୍ ଏବଂ କ୍ୱେଟାର ଦ୍ୱାଦଶ କର୍ପସ ଉପରେ ବିମାନ ଆକ୍ରମଣ କରିଛି । ତାଲିବାନ କହିଛି ଯେ, ପାକିସ୍ତାନ ପୂର୍ବରୁ କାବୁଲ ଏବଂ ବାଗ୍ରାମ ଏୟାରବେସ୍ କୁ ଟାର୍ଗେଟ କରିଥିଲା, ଯାହା ପ୍ରତିଶୋଧମୂଳକ ପଦକ୍ଷେପ ଥିଲା। ଆଫଗାନିସ୍ତାନରେ କ୍ଷମତାସୀନ ଆଫଗାନ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ଅନେକ ପ୍ରମୁଖ ପାକିସ୍ତାନୀ ସାମରିକ ଘାଟି ଉପରେ ସଫଳତାର ସହ ବିମାନ ଆକ୍ରମଣ କରିଛି। ଆଫଗାନିସ୍ତାନରେ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସେମାନଙ୍କର ବାୟୁସେନା ରାୱଲପିଣ୍ଡି ଏବଂ କ୍ୱେଟାର ବିଭିନ୍ନ ସାମରିକ ଘାଟି ଓ ଏୟାରବେସ୍ କୁ ଟାର୍ଗେଟ କରି ଏହି ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଛି, ଯାହା ବ୍ୟାପକ କ୍ଷତି ମଧ୍ୟ କରିଛି । ଏହି ଦାବିଗୁଡ଼ିକ ଉପରେ ପାକିସ୍ତାନ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଦିଆଯାଇନାହିଁ ଏବଂ ଏହା ଆଶଙ୍କା କରାଯାଉଛି ଯେ,ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିପାରେ ।














