ଚାଷୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଡ. ଅଭିଷେକ ମନୁ ସିଂଘବି. କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ ବୋଲି ସେ ଆକ୍ଷେପ କରିଛନ୍ତି. 18 ବର୍ଷ କାଳ ସରକାର କଣ ଶୋଇ ରହିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି. ଏବେ ନିର୍ବାଚନ ଆସୁଥିବାରୁ ସରକାରଙ୍କ ଚାଷୀଙ୍କ କଥା ମନେ ପଡିଛି. ନାମମାତ୍ର ଚାଷୀ ଓ ଭାଗଚାଷୀଙ୍କ ତାଲିକା ସରକାରଙ୍କ ପାଖରେ ନଥିବା ବେଳେ ସେ କେଉଁ ଆଧାରରେ ଚାଷୀଙ୍କୁ ଆର୍ଥିକ ସହାୟତା ଦେବେ ବୋଲି ତାତ୍ସଲ୍ୟ କରିଛନ୍ତି. ଆସନ୍ତା ନିର୍ବାଚନରେ ଲୋକେ ବିଜେଡି ସରକାରକୁ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here