ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ସ୍ପଷ୍ଟତା ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ କହିଲେ ନବୀନ ପଟ୍ଟନାୟକ କଣ ବୁଝାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କଣ ଜଣେ ସଚିବଙ୍କୁ ନେଇ ସିଏମଓ କି ବୋଲି ପ୍ରଶ୍ନ କରିଛନ୍ତି । ଜୟ ନାରାୟଣ କହିଛନ୍ତି, ବିଜେଡି ବିଧାୟକ ହିଁ ସଚିବଙ୍କ ହେଲିକପ୍ଟର ଖର୍ଚ୍ଚ ନେଇ ପ୍ରଶ୍ନ କରିଥିଲେ । ଚନ୍ଦ୍ରାୟନ ଖର୍ଚ୍ଚ ସହ ସଚିବଙ୍କ ହେଲିକପ୍ଟର ଖର୍ଚ୍ଚର ତୁଳନା କରିଥିଲେ । ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ଗଣମାଧ୍ୟମର କଣ୍ଠରୋଧ କରିଛନ୍ତି । ବିଜୋପି ବିଧାୟକଙ୍କ ବିଧାନସଭାରେ କହିବାକୁ ସୁଯୋଗ ଦିଆଯାଉନାହିଁ । ପ୍ରଶ୍ନ ପଚାରିଲେ ଉତ୍ତର ମିଳୁନି ।

LEAVE A REPLY

Please enter your comment!
Please enter your name here