ଆନ୍ଦୋଳନରତ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସର ଅତ୍ୟାଚାର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଥାନାରେ ଯୁବମୋର୍ଚ୍ଚା କର୍ମୀମାନେ ଡିଜିପି, ପୋଲିସ କମିଶନର, ଡିସିପିଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଭୁବନେଶ୍ବରର ତିନୋଟି ଥାନାରେ ଏତଲା ଦେଇଛନ୍ତି ଯୁବମୋର୍ଚ୍ଚା କର୍ମୀ । ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଦଳୀୟ କର୍ମୀଙ୍କ ଉପରେ ପୋଲିସ ଲାଠିରେ ପିଟିବା ଏବଂ ପୋଲିସ ଉପସ୍ଥିତିରେ ସାଦା ପୋଷାକରେ ଗୁଣ୍ଡାମାନେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ ମାରିବାକୁ ଦଳ ନିନ୍ଦା କରିଛି । ପୋଲିସ ବିଜେଡିର ଏଜେଣ୍ଟ ପାଲଟିଯାଇଛି ବୋଲି ଦଳ ଆରୋପ ଲଗାଇଛି । ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡମାରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here