ଆସନ୍ତା ୫ ତାରିଖରେ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ରେ ତାଲା ପକା ଅଭିଯାନ କରାଯିବ ବୋଲି ଖୋଲାଖୋଲି ଭାବେ କହିଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ । ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲା ମୁଖ୍ୟାଳୟରେ ଥିବା ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜ ଗୁଡିକ ସରକାରୀ ବା ବେସରକାରୀ କୌଣସି ବି ସ୍ଥାନରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରକିୟାରେ ସହାୟତା ଦେବାପାଇଁ କୌଣସି ଭୂମିକା ନଥିବା ବେଳେ ଏହି ଅଫିସ ଗୁଡିକ କାହିଁକି ଖୋଲା ରହିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।ଶ୍ରୀ ତ୍ରିପାଠୀ କହିଛନ୍ତି ସାରା ରାଜ୍ୟରେ ଆଜି ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ନବୀନ ପଟ୍ଟନାୟକଙ୍କ ୧୯ ବର୍ଷ ଶାସନରେ ଯଦି କେହି ବେଶି ପ୍ରତାରିତ ହୋଇଛି ସେ ହେଉଛନ୍ତି ଓଡିଆ ଯୁବକ ଯୁବତୀ ମାନେ । ୨୦୦୦ ମସିହାରେ ଯେଉଁ ଯୁବକ ଯୁବତୀ ଭୋଟର ଭୋଟ ଦେଇ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଅବସ୍ଥାପତି କରିଥିଲେ ସେ ଯୁବକ ଯୁବତୀଙ୍କ ବୟଷ ଏବେ ୩୭ ବର୍ଷ । ସେ ଆହୁରୀ ମଧ୍ୟ କହିଛନ୍ତି ,ରାଜ୍ୟରେ ବେକାରୀ ସମସ୍ୟା ଭୟଙ୍କର ରୂପ ନେଇଛି । ୨୦୧୬ରେ ପ୍ରକାଶିତ ଓଡିଶା ଇକୋନୋମିକ ସର୍ଭେର ତଥ୍ୟ ଅନୁସାରେ ୨୦୧୪ରେ ୨.୨୮ଲକ୍ଷ୍ୟ ଚାକିରୀ ଆଶାରେ ଆବେଦନ କରିଥିବା ବେଳେ ମାତ୍ର ୧୧୪୪ ଜଣ ଏହିବିଭାଗ ଦ୍ୱାରା ଚାକିରୀ ପାଇଛନ୍ତି । ୨୦୦୦ ରୁ ୨୦୧୫ ମଧ୍ୟରେ ରାଜ୍ୟ ସରକାର କରିଥିବା ୯୨ଟି ଏମଓୟୁ ମଧ୍ୟରୁ ମାତ୍ର ୪୬ଟି କାର୍ୟ୍ୟକ୍ଷମ ହୋଇପାରିଥିବା ବେଳେ ଆଉ ୪୬ଟି ଆରମ୍ଭ ହୋଇ ପାରି ନାହିଁ । ଓଡିଶାର ଶିଳ୍ପାୟନରେ ଓଡିଆ ଯୁବଶକ୍ତିକୁ ଭାଗିଦାରୀ କରିବା ଅତ୍ୟନ୍ତ ଜରୁରୀ । ମାତ୍ର ଓଡିଶାରେ ଶିଳ୍ପ କ୍ଷେତ୍ରରେ ଓଡିଆ ଯୁବ ଶକ୍ତିଙ୍କୁ ଅଣଦେଖା କରାଯାଉଛି । ଚାଲୁଥିବା ୪୬ଟି ବୃହତ ଶିଳ୍ପ ପ୍ରକଳ୍ପରେ ବାହାର ରାଜ୍ୟର ୫୧,୯୦୨ ଜଣ ନିଯୁକ୍ତି ପାଇଛନ୍ତି ବୋଲି ବିଧାନସଭାରେ ସରକାର ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here