2024 ନିର୍ବାଚନର ହିରୋ କଣ୍ଟାବାଞ୍ଝିର ଲକ୍ଷ୍ମଣ ବାଗ୍ । ଓଡିଶାର ଅପ୍ରତିଦ୍ବନ୍ଦୀ ନେତା ଭାବେ ପରିଚିତ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନରେ ପରାସ୍ତ କରିବାରେ ସମର୍ଥ ହୋଇଛନ୍ତି ଲକ୍ଷ୍ମଣ ବାଗ୍ । ନବୀନଙ୍କ ପ୍ରଭାବା ପ୍ରଚାରକୁ ମୁକାବିଲା କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ଲକ୍ଷ୍ମଣ ବାଗ୍ ଯେ ନବୀନଙ୍କୁ ମାତ୍ ଦେବେ, କେହି କଳ୍ପନା କରି ନ ଥିଲେ । ଚାଷୀ ପରିବାରରୁ ଆସିଥିବା 48 ବର୍ଷୀୟ ଲକ୍ଷ୍ମଣ ବାଗ୍ ଦଶମ ଶ୍ରେଣୀ ପାସ୍ କରିଛନ୍ତି । 2019 ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ଠାରୁ ଅତି ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିଲେ । ମାତ୍ର ଏଥର କଣ୍ଟାବାଞ୍ଝିରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହେବା ପରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଚାର ଅପେକ୍ଷାକୃତ ମନ୍ଥର ପଡିଯାଇଥିଲା । ହୁଏତ ସେ ଭାବିଥିଲେ, ନବୀନଙ୍କ ବିଜୟ ସୁନିଶ୍ଚିତ । ମାତ୍ର ବିଜେପି ପ୍ରାର୍ଥୀ ଲକ୍ଷ୍ଣଣ ବାଗ୍ ତାଙ୍କ ପ୍ରଚାର ଜାରି ରଖିବା ସହ ଲୋକସଂପର୍କ ବୃଦ୍ଧି କରିବାରେ ସଫଳ ହୋଇଥିଲେ । ଅନ୍ୟପକ୍ଷରେ କଣ୍ଟାବାଞ୍ଝି ନିର୍ବାଚନମଣ୍ଡଳୀକୁ କେବେ ନ ଯାଇ ନିର୍ବାଚନ ପ୍ରଚାର କରୁଥିବା ନବୀନଙ୍କୁ ପ୍ରଥମ ଥର ପାଇଁ ପରାଜୟର ସ୍ବାଦ ଚାଖିବାକୁ ପଡିଲା । 16344 ଭୋଟ ବ୍ୟବଧାନରେ ଲକ୍ଷ୍ମଣ ବାଗ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାଜିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here