ଅପରାହ୍ନ ଚାରିଟା ସୁଦ୍ଧା ପଦମପୁର ଛାଡ । ଆଜି ପଦମପୁର ଉପନିର୍ବାଚନ ପ୍ରଚାରର ଶେଷଦିନ । ଶେଷ ଦିନରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରିଛନ୍ତି । ତେବେ ଅପରାହ୍ନ 4 ଟା ସୁଦ୍ଧା ବାହାର ଲୋକ ପଦମପୁର ଛାଡିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଅପରାହ୍ନ 4ଟା ପରେ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସପି କହିଛନ୍ତି । ପଦମପୁର ଉପନିର୍ବାଚନମଣ୍ଡଳୀ ଅଞ୍ଚଳକୁ ସିଲ୍ କରାଯିବା ପାଇଁ ସୀମାନ୍ତରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଛତିଶଗଡ ପଟୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଆସନ୍ତା 5 ତାରିଖରେ ଭୋଟ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶାନ୍ତି ଶୃଙ୍ଖଳା ଭିତରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here