ଏସିୟ କ୍ରୀଡାର ଷଷ୍ଠ ଦିନରେ ଭାରତୀୟଙ୍କ ଖେଳାଳୀଙ୍କ ଦମଦାର ବିଜୟ ଜାରି ରହିଛି । ନୌଚାଳକମାନେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ ଲାଇଟୱେଟ ସିଙ୍ଗଲ ଡବଲ୍ସ ସ୍କଲସ୍ ଇଭେଣ୍ଟରେ ଦୁଇଟି କାଂସ୍ୟ ପଦକ ଜିତିବା ପରେ ନୌଚାଳକ ସାୱାର୍ଣ୍ଣ ସିଂହ , ଦାତ୍ତୁ ଭୋକନଲ , ଓଁ ପ୍ରକାଶ ଏବଂ ସୁଖମୀତ ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶୀର୍ଷ ସ୍ଥାନକୁ ଆସିବା ପାଇଁ ଭାରତକୁ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡକୁ ପରାସ୍ତ କରିବାକୁ ପଡିଥିଲା ।
ଅନ୍ୟପଟେ ଭାରତୀୟ ଟେନିସ ଖେଳାଳୀମାନେ ମଧ୍ୟ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ପୁରୁଷ ଡବଲ୍ସ ଫାଇନାଲରେ ଭାରତର ରୋହନ ବୋପାନ୍ନା ଏବଂ ଦ୍ୱିୱିଜ ଶରଣ କାଜାଖସ୍ତାନର ଆଲେକଜାଣ୍ଡାର ବୁବଲିକ ଏବଂ ଡେନିସ ୟେବସେୟେବଙ୍କୁ ୬-୩, ୬-୪ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here