ବାରବାଟୀ ଟି-୨୦ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଷ୍ଟାଡିୟମ ପରିସର ସହ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଭାରତୀୟ ଦଳର ଖେଳାଳି । ଦିନ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଅଭ୍ୟାସ କରିବେ । ଏହା ପୂର୍ବରୁ ଏକ ସ୍ୱତନ୍ତ୍ର ବସରେ କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମେ ଫେୟାର ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିଛନ୍ତି ସମସ୍ତ ଖେଳାଳି । ପ୍ରାକ୍ଟିସ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପ୍ରକାଶ ପାଇଛି । ସେଥିପାଇଁ ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାଗଣାରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଦେଖି ପାରିବେ । ଭାରତୀୟ ଦଳର ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ୪ଟା ୩୦ରେ ଷ୍ଟାଡିୟମରେ ପହଞ୍ଚିବେ । ସନ୍ଧ୍ୟା ୪ଟା ୪୫ରେ ସାମ୍ବାଦିକ ସମ୍ମିଳନୀ ପରେ ୫ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଏହା ପରେ ହୋଟେଲ ମେ ଫେୟାରକୁ ଫେରିଯିବେ । ଭିଡକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here