ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଲଡର୍ସ ମଇଦାନରେ ଆରମ୍ଭ ହୋଇଛି । ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯାଇଥିବାବେଳେ ଦ୍ୱିତୀୟ ଦିନରେ ଟସ୍ ପଡିଛି । ଟସ୍ ଜିତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ଶିଖର ଧାୱନ ଓ ଉମେଶ ଯାଦବଙ୍କ ଜାଗାରେ ଚେତେଶ୍ୱର ପୂଜାରା କୁଲଦୀପ ଯାଦବଙ୍କୁ ସାମିଲ କରାଯାଇଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବାରୁ ଦୁଇ ଦଳକୁ ନିଜର ରଣନୀତି ପରିବର୍ତ୍ତନ କରିବାକୁ ପଡୁଛି । ବ୍ୟାଟିଂ କ୍ରମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

LEAVE A REPLY

Please enter your comment!
Please enter your name here