ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜରେ,ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ପ୍ରସ୍ତୁତିକୁ ମଜବୁତ କରିବାକୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, କ୍ଷେପଣାସ୍ତ୍ରଟି ସଫଳତାର ସହ ଏହାର ସମସ୍ତ ଲକ୍ଷ୍ୟକୁ ଟାର୍ଗେଟ କରିଥିଲା। ଏହି କ୍ଷେପଣାସ୍ତ୍ର ୨୦୧୧ ମସିହାରୁ SFC ସହିତ ସେବାରେ ଜଡ଼ିତ ଅଛି। ଏହା ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ କରାଯାଇଥିଲା। ଉତ୍କ୍ଷେପଣ ପରେ, କ୍ଷେପଣାସ୍ତ୍ରଟି ସଠିକ୍ ଦିଗରେ ଉଡ଼ିବା ସହ ସଠିକ୍ ଭାବରେ ଲକ୍ଷ୍ୟସ୍ଥଳକୁ ଛୁଇଁଥିଲା। ଅଧିକାରୀମାନେ କହିଛନ୍ତି ଯେ ଏହି ପରୀକ୍ଷଣ କ୍ଷେପଣାସ୍ତ୍ରର କାର୍ଯ୍ୟକାରିତା ଏବଂ ନିର୍ଭର ଯୋଗ୍ୟତାକୁ ଯାଞ୍ଚ କରିବା ପାଇଁ ଏକ ନିୟମିତ ଅଭ୍ୟାସର ଅଂଶ ଥିଲା । ଅଗ୍ନି-୩ ହେଉଛି ଏକ ମଧ୍ୟବର୍ତ୍ତୀ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଯାହାର ପରିସର ପ୍ରାୟ ୩,୦୦୦ ରୁ ୩,୫୦୦ କିଲୋମିଟର ଅଟେ । ଏହି ସ୍ୱଦେଶୀ କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ଅଟେ । ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ଉଭୟ ବହନ କରିବାରେ ସକ୍ଷମ ଅଟେ ।

LEAVE A REPLY

Please enter your comment!
Please enter your name here