ଆଜି ଆଉ ଏକ ଜୀବନ ନେଲା ଆମ ବସ୍। ରାଜଧାନୀର ରୂପାଲି ଛକରେ ହୋଇଛି ଭୟଙ୍କର ଦୁର୍ଘଟଣା। ଅଟୋଟି ରାସ୍ତାରେ ଯାଉଥିବା ବେଳେ ପଛପଟରୁ ଧକ୍କା ଦେଇଥିଲା ଆମ ବସ୍, ଏହା ଫଳରେ ଅଟୋଟି ମାଡ ହୋଇ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା। ଅଟୋରେ ମୋଟ ତିନି ଥିବା ବେଳେ, ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ, ରୁଟ୍‌ ନମ୍ବର ୩୨ରେ ଯାଉଥିବା ‘ଆମ ବସ୍‌’ଟି ରୂପାଲି ଛକରେ ଏକ ଅଟୋକୁ ଜୋରଦାର ଧକ୍କା ଦେଇଥିଲା ଏବଂ ଅଟୋଟି ଭାରସାମ୍ୟ ହରାଇ ଆଗରେ ଥିବା ଏକ ସ୍କୁଲ ବସ୍‌କୁ ପିଟି ଥିଲା । ତେବେ ଦୁର୍ଘଟଣା ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଭାଙ୍ଗି ଦେଇଛନ୍ତି। ଦୁର୍ଘଟଣା ସଂପର୍କରେ ଖବର ପାଇ କମିଶନରେଟ୍‌ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତା ଅବରୋଧକୁ ହଟାଇଛନ୍ତି।

LEAVE A REPLY

Please enter your comment!
Please enter your name here