ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ ଚିକିତ୍ସା ନ ପାଇ ଖର୍ଚ୍ଚାନ୍ତ ହେବା ସହ କଟକ କିମ୍ବା ପଡୋଶୀ ଆନ୍ଧ୍ରପ୍ରଦେଶ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି କଟକ ବଡ ଡାକ୍ତରଖାନାରେ ଚିକିତ୍ସା ଓ ଔଷଧ ପାଇବା ପାଇଁ ନାନାଦି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀ ।ରାୟଗଡା ଜିଲ୍ଲାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାରେ ୯୨୫ ମୁଖଗହ୍ୱର କର୍କଟ, ୨୦୮ ଜଣ ସ୍ତନକର୍କଟ, ୯୬ ଜଣ ଜରାୟୁ କର୍କଟ ରୋଗୀଙ୍କୁ ସ୍କ୍ରିନିଂ କରାଯାଇ ୪୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ କେବଳ ହାତ ଗଣତି ହସ୍ପିଟାଲ ନର୍ସ ଓ କର୍ମଚାରୀଙ୍କ ମିଟିଂରେ ସୀମିତ ରହିଯାଉଛି ସଚେତନତା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ଦୋକାନରେ ମାଳ ମାଳ ଗୁଟଖା, ସିଗାରେଟ ଝୁଲୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କ୍ୟାନ୍ସର ଚିକିତ୍ସା ଠିକ୍ ଚାଲୁଥିବା ବେଳେ ଶିଳ୍ପାଞ୍ଚଳ ଯୋଗୁଁ ଏଠାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କହିଛନ୍ତି ସିଡିଏମ୍‌ଓ ।

LEAVE A REPLY

Please enter your comment!
Please enter your name here