ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି. ନିର୍ବାଚନ ଆୟୋଗ ଗତକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି. ମାତ୍ର ବିଜେଡି ସରକାର ଏହାର ଉଲ୍ଲଘଂନ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେପି. ବିଜେପିର କହିବା ଅନୁସାରେ, ଏବେ ବିଭିନ୍ନ ରାସନ ଦୋକାନରେ ଏଲଇଡି ବଲ୍ବ ମିଳୁଛି. ଗାଁ ରୁ ସହର ଯାଏ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କିତ ବଡ ବଡ ହୋର୍ଡିଂ ମଧ୍ୟ ଲାଗିଥିବା  ବିଜେପି ଅଭିଯୋଗ କରିଛି. ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ ବିଜେଡି ଏହାର ଅବମାନନା କରିଥିବା ବିଜେପି କହିଛି. ଏହାକୁ କେନ୍ଦ୍ର କରି ତୁରନ୍ତ ପଦକ୍ଷେପ ନେବା ପାଇଁ ବିଜେପି ଦାବି କରିଛି.

LEAVE A REPLY

Please enter your comment!
Please enter your name here