ସମସ୍ତେ ଜାଣନ୍ତି ଆଖୁରସ ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାକୁ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ. ବିଭିନ୍ନ ପ୍ରକାର ଚିନ୍ତାରୁ ମଧ୍ୟ ଦୂର କରିଥାଏ ଏହି ଆଖୁରସ. ସେଥିପାଇଁ ପ୍ରାୟ ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରିଥାନ୍ତି. ଏଥିରେ କ୍ୟାଲସିୟମ, ଫସଫରସ, ପୋଟାସିୟମ ଓ କପର୍ ରହିଥାଏ ଯାହା ଶରୀର ପାଇଁ ଉପକାରୀ ହୋଇଥାଏ. ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଆଖୁରସ ପିଇଲେ କ’ଣ ଲାଭ ହୋଇଥାଏ…?
କହିବାକୁ ଗଲେ, ଆଖୁରସ ଯେତିକି ସ୍ୱାଦିଷ୍ଟ ହୋଇଥାଏ ଶରୀର ପାଇଁ ସେତିକି ଲାଭଦାୟକ ମଧ୍ୟ ହୋଇଥାଏ. ଏହାକୁ ପିଇବା ଦ୍ୱାରା କ୍ୟାନସର ଭଳି ରୋଗ ହେବାର ଆଶଙ୍କା ନଥାଏ. ଏଥିରେ ଥିବା କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଆଇରନ୍ ଏହି ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ. ଏହାଛଡା ତ୍ୱଚା ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ଆଖୁରସ. ଆଖୁରସ ପିଇବା ଦ୍ୱାରା ତ୍ୱଚା ସଫା ରହିଥାଏ. ଏଥିରେ ଆଲଫହାଇଡକ୍ସୀ ଥିବା ହେତୁ ପିମ୍ପଲ୍ସ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ. ଆଖୁରସରେ ଏଭଳି ଗୁଣ ରହିଥାଏ ଯେ, ଏହାକୁ ପିଇଲେ ନଖ ସଫା ରହିଥାଏ ଓ ନଖର ସୁନ୍ଦରତା ବଜାୟ ରହିଥାଏ. ଅନ୍ୟପଟେ କିଡନୀ, ଏସିଡିଟି ଓ ମୂତ୍ର ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ. ତେବେ ଲେମ୍ବୁପାଣି ଓ ପଇଡପାଣି ସହ ଏହାକୁ ମିଶାଇ ପିଇଲେ ଲାଭ ମିଳିଥାଏ. ପେଟ ସମସ୍ୟା ଥିବା ବ୍ୟକ୍ତିମାନେ ଆଖୁରସ ପିଇଲେ ସେମାନଙ୍କର ଏହି ସମସ୍ୟା ଦୂର ହୋଇଥାଏ. ସେଥିପାଇଁ ଆମକୁ ଆଖୁରସ ପିଇବା ଉଚିତ୍.