ବହୁ ପ୍ରତିକ୍ଷୀତ ବମିଖାଲ ଓଭର ବ୍ରିଜ ଶେଷରେ ଉଦଘାଟିତ ହେବ. ବୁଧବାର ସନ୍ଧ୍ୟା 6.35 ମିନିଟରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. 44 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ ରାଜଧାନୀବାସୀଙ୍କ ପାଇଁ ବେଶ ସହାୟକ ହେବ. ଫଳରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଲୋକଙ୍କୁ ଯାତାୟତରେ ମଧ୍ୟ ସୁବିଧା ହେବ. ଏ ନେଇ ଭୁବନେଶ୍ୱରବାସୀ ଖୁସି ଥିବା ପ୍ରକାଶ ପାଇଛି. ଅନ୍ୟପଟେ ଏହି ଫ୍ଲାଏ ଓଭର ବମିଖାଲ ସହ ସହିଦ ନଗର ଓ ରସୁଲଗଡ ରାସ୍ତାକୁ ମଧ୍ୟ ସଂଯୋଗ କରିବ. ଉଦଘାଟନ ପାଇଁ ସଂପୂର୍ଣ୍ଣ ବ୍ରିଜକୁ ରଙ୍ଗ ଓ ଆଲୋକମାଳାରେ ସଜ୍ଜା ଯାଇଛି. ତେବେ ପୂର୍ବରୁ ବ୍ରିଜ ନିର୍ମାଣ ସମୟରେ ଦୁଇ ଥର ଭୁଷୁଡିଥିଲା. ଯେଉଁଥିରେ ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ.

 

LEAVE A REPLY

Please enter your comment!
Please enter your name here