ଆଗାମୀ ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଆଜି ୧୦୭ ପୌରାଞ୍ଚଳ, ୩ ମହାନଗରରେ ଚିଠା ତାଲିକା ପ୍ରକାଶ କରାଯିବ । ଆସନ୍ତା ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏଥର ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ କରାଯିବ । ଏ ସମ୍ପର୍କରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି ନିର୍ବାଚନ କମିଶନର । ରାଜ୍ୟ ନିର୍ବାଚନ କମିଶନଙ୍କ ଅଧକ୍ଷ୍ୟତାରେ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ତିନି ପ୍ରମୁଖ ଦଳ ସହ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ ।
ସେହିପରି ପୌର ନିର୍ବାଚନ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଇଭିଏମରେ ହେବ । ଗୋଟିଏ ବୁଥରେ ୨ ଟି ଲେଖାଏଁ ଇଭିଏମ ରଖାଯିବ ।

LEAVE A REPLY

Please enter your comment!
Please enter your name here