ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି. ମିଳିଥିବା ସୂଚନା ଅନୁସାରେ, ଆପୋଲୋ ହସ୍ପିଟାଲର ପଞ୍ଚମ ମହଲାରେ ନିଆଁ ଲାଗିଛି. ସେହି ମହଲାର ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି ବୋଲି ଆପୋଲୋର ଜଣେ ଷ୍ଟାଫ୍ ସୂଚନା ଦେଇଛନ୍ତି. ଖବର ପାଇବା ପରେ ବର୍ତ୍ତମାନ ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ. ବର୍ତ୍ତମାନ ଏହି ଅଗ୍ନିକାଣ୍ଡକୁ ନେଇ ସିଇଓ ସୂଚନା ଦେଇ କହିଛନ୍ତି ଯେ, ସକାଳ ପ୍ରାୟ 10ଟା ସମୟରେ ପ୍ରଥମେ ବ୍ୟାଟେରୀ ରୁମରୁ ସର୍ଟ ସର୍କିଟରୁ ବାହାରିବା ଦେଖିବାକୁ ମିଳିଥିଲା. ପରେ ବିଜୁଳି ସଂଯୋଗ କାଟି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା. ପରବର୍ତ୍ତୀ ସମୟରେ ପଞ୍ଚମ ମହଲାରେ ଆଇସିୟୁରେ ଥିବା ରୋଗୀଙ୍କୁ ହୁଇଲ ଚେୟାର ଓ ଷ୍ଟ୍ରେଚର ମାଧ୍ୟମରେ  ତଳ ମହଲାକୁ ସ୍ଥାନାନ୍ତର କରାଯାଇଥିଲା. ତେବେ ଏହି ଘଟଣାର ସଂପୂର୍ଣ୍ଣ ତଦନ୍ତ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି.

 

 

LEAVE A REPLY

Please enter your comment!
Please enter your name here