ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ । ଶନିବାର ଇସ୍ରାଏଲୀ ସେନା, ଆଇଡିଏଫ୍, ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି । ରାଜଧାନୀ ତେହେରାନ ସହିତ ଅନେକ ଅଞ୍ଚଳରେ ଆଇଡିଏଫ୍ ଆକ୍ରମଣ ଜାରି ରହିଛି ଓ ଦେଶବ୍ୟାପୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ଆକ୍ରମଣ ନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଓ ସେ କହିଛନ୍ତି ଯେ, ଇସ୍ରାଏଲ ସରକାର ଇରାନ ଉପରେ ଆକ୍ରମଣ କରିବା ପୂର୍ବରୁ ନାଗରିକମାନଙ୍କୁ ସତର୍କ କରିଥିଲା। ସେମାନେ ସେମାନଙ୍କ ମୋବାଇଲ୍ ଫୋନ୍କୁ ମେସେଜ୍ ପଠାଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ଇସ୍ରାଏଲର ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଛି। ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି ଏବଂ ଆକାଶପଥକୁ ବନ୍ଦ କରିଦିଆଯାଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ସାରା ଦେଶରେ ତୁରନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଇସ୍ରାଏଲ ଇରାନ ବିରୋଧରେ ଏକ ଆଗୁଆ ଆକ୍ରମଣ ଆରମ୍ଭ କରିବା ନିଶ୍ଚିତ କରିବା ପରେ ଏହି ଘୋଷଣା କରାଯାଇଛି । ଇରାନ ଏବଂ ଆମେରିକା ମଧ୍ୟରେ ପରମାଣୁ ଅସ୍ତ୍ର ବିଷୟରେ ଆଲୋଚନା ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ଶୁକ୍ରବାର ଦିନ, ଆମେରିକା ତାର ନାଗରିକମାନଙ୍କୁ ତୁରନ୍ତ ଇସ୍ରାଏଲ ଛାଡିବାକୁ ଅନୁରୋଧ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ଆମେରିକୀୟ ସେନା ଇରାନକୁ ଘେରି ସାରିଛନ୍ତି। ଶୁକ୍ରବାର ପୂର୍ବରୁ ଆମେରିକା ଏହାର ନାଗରିକମାନଙ୍କୁ ତୁରନ୍ତ ଇସ୍ରାଏଲ ଛାଡିବାକୁ ଆହ୍ୱାନ ଦେଇଥିଲା। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ପରମାଣୁ ଚୁକ୍ତି ଆଲୋଚନାରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକଳ୍ପ ଏବେ ସବୁଠାରୁ ବଡ଼ ବିବାଦର କାରଣ ପାଲଟିଛି । ଇରାନ କହିଛି ଯେ ଆଲୋଚନା କେବଳ ଏହାର ପରମାଣୁ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସୀମିତ ରହିବ ।














