ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ତାଙ୍କ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଗଣହତ୍ୟା ଅଭିଯୋଗରେ ତୁର୍କୀ ଗିରଫ ପରୱାନା ଜାରି କରିଛି। ଇସ୍ତାନବୁଲ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତାଲିକାଭୁକ୍ତ ୩୭ ସନ୍ଦିଗ୍ଧଙ୍କ ମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍, ଜାତୀୟ ସୁରକ୍ଷା ମନ୍ତ୍ରୀ ଇଟାମାର ବେନ୍-ଗଭିର ଏବଂ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ ଜମିର ଅଛନ୍ତି।ତୁର୍କୀ ଇସ୍ରାଏଲ ବିରୁଦ୍ଧରେ ଗାଜାରେ ହୋଇଥିବା ଯୁଦ୍ଧକାଳୀନ କାର୍ଯ୍ୟକଳାପ ପାଇଁ ଗଣହତ୍ୟା ଏବଂ ମାନବତା ବିରୋଧୀ ଅପରାଧର ଅଭିଯୋଗ ଲଗାଇଛି। ଏକ ବିବୃତ୍ତିରେ କୁହାଯାଇଛି ତୁର୍କୀ ଗାଜା ଷ୍ଟ୍ରିପରେ ନିର୍ମାଣ କରିଥିବା “ତୁର୍କୀ-ପାଲେଷ୍ଟାଇନିୟ ବନ୍ଧୁତା ହସ୍ପିଟାଲ” ଯାହା ଉପରେ ଇସ୍ରାଏଲ ମାର୍ଚ୍ଚରେ ବୋମା ପକାଇଥିଲା। ଗତ ବର୍ଷ ତୁର୍କୀ ଇସ୍ରାଏଲ ବିରୁଦ୍ଧରେ ଗଣହତ୍ୟା ଅଭିଯୋଗ ଆଣି, ଆନ୍ତ୍ରର୍ଜାତୀୟ ନ୍ୟାୟାଳୟରେ ଦକ୍ଷିଣ ଆଫ୍ରିକା ଦ୍ବାରା ଦାଏର ମାମଲାକୁ ସମର୍ଥନ କରିଥିଲା ।














