ରାଜ୍ୟର ପ୍ରସିଦ୍ଧ ବିଲ୍ଡର୍ସ କମ୍ପାନୀ ଉତ୍କଳ ବିଲ୍ଡର୍ସ ଲିମିଟେଡର କାର୍ଯ୍ୟାଳୟରେ ଆୟକର ବିଭାଗ ମଙ୍ଗଳବାର ସକାଳୁ ଚଢ଼ଉ କରିଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଛି। ଏଥିପାଇଁ ମୋଟ ୧୮ଟି ଟିମ ଗଠନ କରାଯାଇଛି ଏବଂ ପ୍ରାୟ ୧୨୦ ଆୟକର ଅଧିକାରୀ ଏଥିରେ ସାମିଲ ଅଛନ୍ତି। ଉତ୍କଳ ବିଲ୍ଡର୍ସ ସାରା ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଏକାଧିକ ବିଲ୍ଡିଂ ରହିଛି । ଆଜି ଭୋର ୪ଟା ସମୟରୁ ଆୟକର ବିଭାଗ ପକ୍ଷରୁ ଉତ୍କଳ ବିଲଡର୍ସର କାର୍ଯ୍ୟାଳୟ ସମେତ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ମହର୍ଷି କଲେଜ ନିକଟରେ ଥିବା ଉତ୍କଳ ବିଲ୍ଡର୍ସର ମୁଖ୍ୟ କାର୍ଯ୍ୟାଳୟ, କଳ୍ପନାରେ ଥିବା ଉତ୍କଳ ଗ୍ୟାଲେରିଆ ଏବଂ ରେସିଡେନ୍ସି, ପାହାଳରେ ଥିବା ରାଜ୍ୟର ଉଚ୍ଚତମ କୋଠା ଉତ୍କଳ ହାଇଟ୍ସ, ୟୁନିଟ ୪ ରେ ଏକ ପ୍ରୋଜେକ୍ଟ ଏବଂ ସହିଦନଗର ଏକ ପ୍ରୋଜେକ୍ଟରେ ଯାଞ୍ଚ କରାଯାଉଛି । ସେହିପରି ମାଲିକ ସୁବାଷ ଭୁରାଙ୍କ ପୁଅ ରାକେଶ ଭୁରାଙ୍କର ସହିଦନଗରରେ ଥିବା ବାସଭବନରେ ଯାଞ୍ଚ ହେଉଛି । ତଲାସୀ ସମୟରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ନଗଦ ଟଙ୍କା ମଧ୍ୟ ମିଳିଛି । ଅଭିଯୋଗ ଅନୁଯାୟୀ, ଉତ୍କଳ ବିଲ୍ବର୍ସ ଲିମିଟେଡ କୋଟି କୋଟି ଟଙ୍କା ଆୟକର ଫାଙ୍କି ଥିବା ସନ୍ଦେହ ରହିଛି। ତେବେ ଏହା ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆ ଯାଇ ନାହିଁ।

LEAVE A REPLY

Please enter your comment!
Please enter your name here