ସୋମବାର 9ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ 2ଟି ଲୋକସଭା ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ତେବେ 9ଟି ବିଧାନସଭା ଆସନ ଯଥା- ଝାରସୁଗୁଡା ପାଇଁ ଦୀନେଶ ଜୈନ, ରେଢାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରିପୋଖରୀ ପାଇଁ ବଦ୍ରିନାରାୟଣ ଧଳ, ଭଦ୍ରକ ପାଇଁ ଡକ୍ଟର ପ୍ରଦୀପ ନାୟକ, ଫୁଲବାଣୀ ପାଇଁ ଦେବନାରାୟଣ ପ୍ରଧାନ ନିର୍ବାଚନ ଲଢୁଥିବା ବେଳେ ପାରାଦୀପ ପାଇଁ ସଂପଦ ସ୍ୱାଇଁ, ଜୟଦେବ ପାଇଁ ନରେନ୍ଦ୍ର ନାୟକ, ଜଟଣୀ ପାଇଁ ବିଶ୍ୱରଂଜନ ବଡଜେନା ଓ ବେଗୁନିଆ ପାଇଁ ଋିଷଭ ନନ୍ଦ ନିର୍ବାଚନ ଲଢିବେ. ସେହିଭଳି 2ଟି ଲୋକସଭା ଆସନ ଯଥା କଟକ ଲୋକସଭା ଆସନରୁ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଲଢୁଥିବା ବେଳେ କନ୍ଧମାଳ ଲୋକସଭା ଆସନ ପାଇଁ ଖାରବେଳ ସ୍ୱାଇଁ ନିର୍ବାଚନ ଲଢିବେ.