କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ ମୃତ । ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି । ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଙ୍ଗଠନର । ଦକ୍ଷିଣ ବସ୍ତର ଜଙ୍ଗଲରେ ଏବେ କରୋନା ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ସିଆରସି ସମେତ ବହୁ ଛୋଟ ବଡ କ୍ୟାଡର ଆକ୍ରାନ୍ତ ଥିବା ସୂଚନା ମିଳିଛି । ଆଉ ଏଭଳି ସ୍ଥିତିରେ ଆତ୍ମସର୍ମପଣ କରି ଚିକିତ୍ସା ସୁବିଧା ନେବାକୁ ଏସପି ଆହ୍ୱାନ ଦେଇଛନ୍ତି । ଗତ କିଛି ଦିନ ପୂର୍ବେ ମାଓବାଦୀଙ୍କ କ୍ୟାମ୍ପରେ ମହାମାରୀ ପ୍ରବେଶ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି କିଛି ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here