ଅଦିନିଆ ବର୍ଷା ଯୋଗୁ ବଢିଛି ପିଆଜ ଦର । ମହାରାଷ୍ଟ୍ର ନାସିକରେ ପିଆଜ କ୍ୱିଣ୍ଟାଲ ପିଛା ୨୫ ଶହରୁ ୨୮ ଶହରେ ବିକ୍ରୀ ହେଉଥିବାବେଳେ ଆଜି ଅଚାନକ ଏହି ଦର ବଢି ୪୫ ଶହ ଟଙ୍କାରେ ପହଁଞ୍ଚିଛି । ପୂର୍ବରୁ ନାସିକରେ ଥିବା ପିଆଜ ଗୋଦାମରେ ୩୦ ହଜାର କ୍ୱିଣ୍ଟାଲ ପିଆଜ ଆସୁଥିବାବେଳେ ଆଜି କେବଳ ୧୮ ହଜାର କ୍ୱିଣ୍ଟାଲ ଆସିଛି । ବର୍ଷା ଯୋଗୁଁ ପିଆଜ ନଷ୍ଟ ହୋଇଛି । ଏହାସହ ଆମଦାନୀ ବି କମିଛି । ସେହିପରି ଭୁବନେଶ୍ୱରରେ ଆଜି ପିଆଜ କିଲୋ ପିଛା ୫୨ରୁ ୫୪ ଟଙ୍କା ରହିଛି । ସେହିପରି କଟକ ଛତ୍ର ବଜାରରେ ପିଆଜ କିଲୋ ପିଛା ୫୨ରୁ ୫୩ ଟଙ୍କା ଦର ରହିଛି । ବ୍ରହ୍ମପୁରରେ ୪୫ ଟଙ୍କା । ଖୋର୍ଦ୍ଧାରେ ୫୦ ଟଙ୍କା । ବlଲେଶ୍ୱରରେ ୫୦ରୁ ୫୨ ଟଙ୍କା ଦର ରହିଛି ।

LEAVE A REPLY

Please enter your comment!
Please enter your name here