ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ । ଜଗତସିଂହପୁର ଜିଲ୍ଲାର ବୃଦ୍ଧ ରବିନ୍ଦ୍ର ଦାସ ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫିନାଇଲ ପିଇବା ପରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ପୋଲିସ ଏତଲା ରଖୁନଥିବାରୁ ରବିନ୍ଦ୍ର ମିୟମ୍ରାଣ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରବିନ୍ଦ୍ରଙ୍କର ଭୁବନେଶ୍ୱର କଳିଙ୍ଗବିହାରରେ ଏକ ଦୋକାନ ଥିଲା । ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ ହଡପ କରିଥିଲେ । ଏ ସମ୍ପର୍କରେ ରବିନ୍ଦ୍ର ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ଏତଲା ରଖୁନଥିବାରୁ ଆଜି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ରବିନ୍ଦ୍ର ।

LEAVE A REPLY

Please enter your comment!
Please enter your name here