କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ରହିଛି। ସପ୍ତମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏବଂ ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାର ତଦନ୍ତ ଚାଲିବ । ଗଣଦୁଷ୍କର୍ମ କରିଥିବା ୪ଜଣ ଶିକ୍ଷକ ଓ ଜଣେ ପିଅନ ଗିରଫ ହୋଇଛନ୍ତି ଓ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ପୋଲିସ ପ୍ରଥମେ ୫ ଜଣ ଅଭିଯୁକ୍ତଙ୍କୁ ଆଣି ପଚାଉଚରା କରି ଅଟକ ରଖିଥିଲା ଓ ପରେ ଏସପି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ ଟିମ ସ୍କୁଲର ଲ୍ୟାବ ରୁମ ରେ ଲାଗିଥିବା ସିସିଟିଭିର ହାର୍ଡ ଡିସ୍କ ଜବତ କରିଛି । ଅଭିଯୋଗ ଅନୁଯାୟୀ, ନାବାଳିକା ଛାତ୍ରୀଙ୍କୁ ଗତ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ସ୍କୁଲର ୪ ଶିକ୍ଷକ ଓ ଜଣେ ପିଅନ। ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ସହଯୋଗ ମଧ୍ୟ କରୁଥିଲେ। ସାଇନ୍ସ ଲ୍ୟାବରେ କ୍ୟାମେରା ଅଫ୍ କରି ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଘଟଣା ବାବଦରେ କାହାକୁ କହିଲେ ସେହି ସ୍କୁଲରେ ପଢ଼ୁଥିବା ସାନ ଭାଇକୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ। ଯାହାକୁ ନେଇ ଛାତ୍ରୀ ଜଣଙ୍କ କାହାକୁ କିଛି ଜଣେଇ ନଥିଲେ । ଜାନୁୟାରୀ ୧୪ ତାରିଖରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ ଓ ପରିବାର ଲୋକ ୧୮ ତାରିଖରେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here