ଶୁକ୍ରବାର ରାଜ୍ୟର ତିନୋଟି ଜିଲ୍ଲା ଅଦାଲତ “କଟକ ଜିଲ୍ଲା ଓ ଦୌର ଜର୍ଜ କୋର୍ଟ, ପୁରୀ ଜିଲ୍ଲା କୋର୍ଟ ଏବଂ ଫୁଲବାଣୀ ଜିଲ୍ଲା ଅଦାଲତକୁ” ବୋମାରେ ଉଡ଼ାଇ ଦେବାକୁ ଧମପପୂର୍ଣ୍ଣ ଇମେଲ୍ ଆସିଛି । ଏହା ପରେ କୋର୍ଟ ପରିସରକୁ ଖାଲି କରାଯାଇ ଯାଞ୍ଚ କରାଯାଉଛି । ଇମେଲରେ ବୋମା ଧମକ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମସ୍ତ କୋର୍ଟକୁ ଖାଲି କରାଯାଇ ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ ହୋଇଛି । କଟକ ଜିଲ୍ଲା ଅଦାଲତ ପରିସରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । କୋର୍ଟକୁ ଆସୁଥିବା ଲୋକଙ୍କୁ ତନ୍ନ ତନ୍ନ ଯାଞ୍ଚ ପରେ ପ୍ରବେଶ କରିବାକୁ ଅନୁମତି ମିଳୁଛି । ଫୁଲବାଣୀ କୋର୍ଟକୁ ବୋମା ଧମକ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ସହ ଭିତରକୁ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ । ସୂଚନା ଅନୁଯାୟୀ, ଜାନୁଆରୀ ୮ ତାରିଖରେ ହାଇକୋର୍ଟ ସହିତ ତିନୋଟି କୋର୍ଟକୁ ବୋମା ଧମକ ମିଳିଥିଲା ଓ ତଦନ୍ତ ପରେ ଏହା ଏକ ମିଥ୍ୟା ଧମକ ମିଳିଥିବା ପୋଲିସ ସୂଚନା ଦେଇଥିଲା ।

LEAVE A REPLY

Please enter your comment!
Please enter your name here