ମଧ୍ୟପ୍ରାଚ୍ୟରେ ହେଉଥିବା ସଂଘର୍ଷ ଭିତରେ ରଣନୀତିରେ ପରିବର୍ତ୍ତନ ଆଣିଛି ଇରାନ । ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ଆକ୍ରମଣ ପାଇଁ କ୍ଷମା ମାଗିଛନ୍ତି ।ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣ ପରେ ଇରାନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିଥିଲା । ଇରାନ ରାଷ୍ଟ୍ରପତି କହିଛନ୍ତି, “ସେପଟୁ ଆକ୍ରମଣ ନ ହେଲେ ତେହରାନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବ ନାହିଁ ।ପୂର୍ବରୁ ଇରାନ ପଡ଼ୋଶୀ ଦେଶ ଉପରେ କରିଥିବା ଆକ୍ରମଣ ପାଇଁ ମାସୁଦ ପେଜେଶକିଆନ କ୍ଷମା ପ୍ରାର୍ଥନା କରିଛନ୍ତି ଓ କହିଛନ୍ତି ଯେ, “ଅନ୍ତରୀଣ ନେତୃତ୍ଵାଧୀନ କାଉନସିଲ୍ ପଡ଼ୋଶୀ ଦେଶ ଉପରେ ଆକ୍ରମଣ ନ କରିବା ଲାଗି ନିଷ୍ପତ୍ତି ନେଇଛି । ସେପଟେ କୌଣସି ଆକ୍ରମଣ ନ ହେଲେ ଆମେ ମିସାଇଲ୍ ମାଡ଼ କରିବୁ ନାହିଁ । ଇରାନ କାହା ନିକଟରେ ମୁଣ୍ଡ ନୁଆଇଁ ଆତ୍ମସମର୍ପଣ କରିବ ନାହିଁ । ଶତ୍ରୁ ଆଶା କରୁଥିବା ଇରାନ ନାଗରିକଙ୍କ ସମର୍ପଣ ଇଚ୍ଛାକୁ କବର୍ ଦେଇ ଦିଅନ୍ତୁ ” ଏଭଳି କହି ଆମେରିକାର ଦାବିକୁ ଅଗ୍ରାହ୍ୟ କରିଛନ୍ତି ଇରାନ ରାଷ୍ଟ୍ରପତି । ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ପରେ ଉପସାଗରୀୟ ଦେଶ ଦୁବାଇ, ଆବୁଧାବି, କତାର, କୁଏତ, ବାହାରିନ୍ ଭଳି ଦେଶରେ ମିସାଇଲ୍ ମାଡ଼ ହେଉଛି । ଫେବ୍ରୁଆରୀ ୨୮ରେ ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକା ମିଶି ଆକ୍ରମଣ କରିଥିଲେ । ଇରାନ ପରମାଣୁ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଆକ୍ରମଣ କରଥିଲା ଆମେରିକା ଓ ଇସ୍ରାଏଲ୍ ।













