ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅରବିନ୍ଦ । ଖୋଲାଖୋଲା ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅରବିନ୍ଦ । ତାଙ୍କ ଉପରେ ଲାଗିଥିବା ଦଳ ବିରୋଧୀ, ଦୁର୍ନୀତି, ବିଶ୍ୱାସଘାତକତା, ମିଡ୍ ଡେ ଅପରେସନ, ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଏବଂ ପାଟକୁରା ବାସୀଙ୍କୁ ହଇରାଣ କରିବା ଅଭିଯୋଗର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ଅରବିନ୍ଦ । ନବୀନ ବାବୁ କହିଥିବା, ପାଟକୁରାବାସୀଙ୍କୁ ହଇରାଣ କରାଯାଉଥିବା ମନ୍ତବ୍ୟକୁ ସେ ଅଗ୍ରାହ୍ୟ କରିଛନ୍ତି । ନବୀନ କାହିଁକି ଡାକିକି କହିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନଙ୍କୁ କିଏ ଏହି ତଥ୍ୟ ଦେଉଛି ? ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ ଅଟେ । କୌଣସି ଅଭିଯୋଗର କାହା ସହ ମେଳ ଖାଉ ନଥିବା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି । ଏମଏଲଏ ଲ୍ୟାଡର ଦୁର୍ନୀତି ଅଭିଯୋଗରେ ଉତ୍ତର ରଖି କହିଛନ୍ତି, ବାକି ଥିବା ପୁରୁଣା ଟଙ୍କା ଖର୍ଚ୍ଚ ହୋଇନଥିଲା । ଏମଏଲଏ ଲ୍ୟାଡରେ ପୂର୍ବରୁ 3 କୋଟି ଥିବାବେଳେ ଏବେ 5 କୋଟି ଦିଆଯାଇଛି । ତାହାର ସମସ୍ତ ଖର୍ଚ୍ଚ ହୋଇଛି । ସେହିପରି ବାକି ଥିବା ପୁରୁଣା ଟଙ୍କାର ଖର୍ଚ୍ଚ ହୋଇଛି । ତେଣୁ କେଉଁଠି ଦୁର୍ନୀତି ହୋଇଛି ସାମ୍ନାସାମ୍ନି କ୍ୟାମେରା ଆଗରେ ବସି ଖୋଲାଖୋଲି ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ନବୀନ ବାବୁଙ୍କୁ ଦେଖା କରିବାକୁ ଚେଷ୍ଟା କରିଥିଲି ହେଲେ ନବୀନ ବାବୁ ଆସି କହିବା ପରେ ଅରବିନ୍ଦଙ୍କ ଦେଖା କରିବା ଆଶା ମଉଳି ଯାଇଛି ବୋଲି କହିଛନ୍ତି।ସେହିପରି ବାପା ବିଜୟ ମହାପାତ୍ର ରାଜ୍ୟସଭା ଯିବା ପ୍ରସଙ୍ଗକୁ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି । ବିଜୟ ମହାପାତ୍ର କେବେ ରାଜ୍ୟସଭାକୁ ଯିବାକୁ ଚାହାଁନ୍ତି ନାହିଁ । ତାଙ୍କ ସହିତ ଏ ବାବଦରେ ମଧ୍ୟ ଆଲୋଚନା ହୋଇ ନଥିବା କହିଛନ୍ତି ।













