ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି । ଏହାରି ମଧ୍ୟରେ ନବୀନଙ୍କ ଘୋଡା ବେପାର ଉକ୍ତି ଓଡିଶା ରାଜନୀତିକୁ ଉଷ୍ମ କରି ଦେଇଛି। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜି।  ରାଜ୍ୟ ସଭା ନିର୍ବାଚନକୁ ନେଇମୁ ହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଘୋଡ଼ା ବେପାର ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି ଦୁଇ ନେତା। ବିଜେପି ଘୋଡ଼ା ବେପାର କରୁଛି। ଏହା ଅପରାଧ ବୋଲି ନବୀନ କହିଥିବାବେଳେ ଏହାକୁ ନେଇ ନବୀନଙ୍କ ପୋଲ ଖୋଲିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ। ମୋତେ କିଣିବାକୁ ଚେଷ୍ଟା କରିଥିଲେ , ପଠେଇଥିଲେ ନେତା। ଘୋଡା ବେପାରରେ ନବୀନ ମାହିର। ୩ ଜଣ ବିଧାୟକଙ୍କୁ ପଠାଇଥିଲେ ମୁଁ ମନା କରିଥିଲି। ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି, କ୍ଷମତା ଆଉ ନାହିଁ। ସେଥିପାଇଁ ଘୋଡା ବେପାର କଥା କହୁଛନ୍ତି, ବିଜେପି ଘୋଡା ବେପାର କରୁନି”। ନବୀନଙ୍କୁ ଟାର୍ଗେଟ କରି ଜୟନାରାୟଣ ମିଶ୍ର କହିଛନ୍ତି, “ନବୀନଙ୍କର ଘୋଡା ବେପାର ଅଭିଜ୍ଞତା ରହିଛି। ଆମେ ଘୋଡା ବେପାର କରୁନୁ, ବିବେକାନୁମୋଦିତ ଭୋଟ ମାଗିଛୁ। ବିଜେଡି ବୁଡିଲା ଡଙ୍ଗା, ସିଏ ଡଙ୍ଗାରେ କିଏ ବସିବ। ଏଥିରୁ ନବୀନ ପରାଜୟ ସ୍ୱୀକାର କରୁଥିବା ଜଣାପଡିଗଲାଣି”।

LEAVE A REPLY

Please enter your comment!
Please enter your name here