ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଉତ୍ସାହିତ ସାରା ଭାରତ । ଉତକ୍ଷେପଣ ପରେ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କଠୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ସମସ୍ତେ ଟ୍ୱିଟ୍ କରି ଇସ୍ରୋ ଏବଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତକ୍ଷେପଣ ସମୟରେ ଲାଇଭ ଦେଖୁଥିବା ନଜର ଆସିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଏହି ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ମୋଦୀ ଉତକ୍ଷେପଣ ପରେ ନିଜ ସିଟ୍ ରୁ ଉଠି ତାଳି ମାରୁଥିବା ନଜର ଆସୁଛନ୍ତି । ଏହା ୧୩୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଏବଂ ଏହା ହିନ୍ଦୁସ୍ତାନୀଙ୍କ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଇସ୍ରୋକୁ ଏବଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତିା

LEAVE A REPLY

Please enter your comment!
Please enter your name here