ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ. ଗତ 19 ବର୍ଷରେ ରାଜ୍ୟ ସରକାର କେତେ ନିଯୁକ୍ତି ଦେଇଛନ୍ତି ସେ ସଂପର୍କରେ ଚିଠି ଲେଖି ଜବାବ ମାଗିବେ.  ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖିବ ବିଜେପି ଯୁବମୋର୍ଚ୍ଚା । ଫେବୃଆରୀ ୧୨ରୁ ୧୫ ତାରିଖ ମଧ୍ୟରେ ଡ଼ାକ ଯୋଗେ ଚିଠି ପଠାଯିବ ବୋଲି କହିଛି ଯୁବମୋର୍ଚ୍ଚା ।ରାଜ୍ୟର 8390ଟି ପୋଷ୍ଟ ଅଫିସରୁ ଏହି ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି. ନିଯୁକ୍ତି ମେଳାରେ ବେକାର ଯୁବକଙ୍କଠାରୁ ନିଆଯାଇଥିବା 100 ଟଙ୍କା କେବେ ଫେରାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି.

 

LEAVE A REPLY

Please enter your comment!
Please enter your name here