ପୁରୀ କୋର୍ଟ କମ୍ଲେସ ସ୍ଥାନାନ୍ତରଣକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଇନଜୀବୀ । ଆଇନଜୀବୀମାନେ ଆଜି ମାଳତୀପାଟପୁର ଛକ ନିକଟରେ ସକାଳ ୯ଟାରୁ ଦିନ ୩ଟା ଯାଏ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ସାଧାରଣ ଜନତାଙ୍କୁ ଠାରୁ ନେଇ ପର୍ଯ୍ୟଟକମାନେ ଫସି ରହିଛନ୍ତି । ଆଇନଜୀବୀମାନେ ଅଭିଯୋଗ କରିଛନ୍ତି ଯେ ବର୍ଷେ ହେବ ସରକାରଙ୍କୁ କହି କହି ନ ଶୁଣିବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପୁରୀ ଜିଲ୍ଲାର ସମସ୍ତ ଓକିଲମାନେ ମାଳତୀପାଟପୁର ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ । କେବଳ ପରୀକ୍ଷାର୍ଥୀ ଏବଂ ଆମ୍ବୁଲାନ୍ସକୁ ଛାଡ଼ୁ ଥିବାବେଳେ କାହାକୁ ଛାଡୁ ନାହାଁନ୍ତି । ଏହା ଫଳରେ ଶତାଧିକ ଗାଡ଼ି ଅଟକି ରହିଛି । ପୁରୀ ଏସପି ପ୍ରତୀକ ସିଂହ ଆନ୍ଦୋଳନସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ସବୁକିଛି ନିୟନ୍ତ୍ରଣରେ ଥିବା ଏସପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here