ଝୁଲୁଛି ବେକ. ଏହାଶୁଣି ଆପଣମାନେ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ହୃତସ୍ପନ୍ଦନ ବନ୍ଦ କରି ଦେଉଥିବା ଭଳି ଏହି କଥା ହେଉଛି ସତ. ଏଭଳି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଚୀନର ୟୁନଲଙ୍ଗ ସହରରେ. କୋଠାର ତୃତୀୟ ମହଲା ବାଲକୋନିରେ ଗୋଟିଏ ଛୋଟ ପିଲାର ବେକ ଝୁଲୁଥିବା ଦେଖିବାକୁ ମିଳିଛି. ଯାହାକୁ ଦେଖିଲେ ଆପଣଙ୍କ ଦେହ ମଧ୍ୟ ଥରି ଉଠିବ. ସୂଚନା ଅନୁସାରେ, ପିଲାଟି ଖେଳୁ ଖେଳୁ ବାଲକୋନିକୁ ପଳାଇଥିଲା ଓ ବାଲକୋନିର ରେଲିଂରେ ତାର ବେକ ଅଟକି ଯାଇଥିଲା. ବାହାରେ ଯାଉଥିବା ଦୁଇ ବ୍ୟକ୍ତି ଏହାକୁ ଦେଖିବା ପରେ ତୁରନ୍ତ ବାଲକୋନି ଉପରକୁ ଚଢିଯାଇଥିଲେ ଏବଂ ପିଲାଟିକୁ ରକ୍ଷା କରିଥିଲେ. ଯାହା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲା ପିଲାଟିର ଜୀବନ. ପିଲାଟିର ନାଁ ଜଣାପଡିନଥିବା ବେଳେ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି.

LEAVE A REPLY

Please enter your comment!
Please enter your name here