ମାଲକାନଗିରି ସୀମାନ୍ତରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ. ଆନ୍ଧ୍ର ସୀମାବର୍ତ୍ତୀ ପେଦାବାଇଲ ଜଙ୍ଗଲରେ ଗତକାଲି ଏହି ଗୁଳି ବିନିମୟ ହୋଇଥଲା. ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲେ ଦୁଇ ନକ୍ସଲ. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆନ୍ଧ୍ର ପୋଲିସର ଗ୍ରେହାଉଣ୍ଡ ଯବାନ ଓ ସିଆରଫିଏଫ ଯବାନ ମିଳିତ ଭାବେ ସେହି ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲେ. ଫଳରେ 20 ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ମଧ୍ୟ ଗୁଳି ଚାଳନା କରିଥିଲେ. ଏଥିରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ବେଳେ ନିହତ ହୋଇଥିଲେ ଦୁଇ ମାଓବାଦୀ. ଘଟଣାସ୍ଥଳରୁ ଦୁଇଟି ଦେଶୀ ବନ୍ଧୁକ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here