ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା. ଯେଉଁଥିରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି. ସୂଚନା ଅନୁସାରେ, ମାଲକାନଗିରିରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଜୟପୁର ଅଭିମୁଖେ ଯାଉଥିଲା. ମାତ୍ର ପରେ ଭାରସାମ୍ୟ ହରାଇ ଅପର ପାର୍ଶ୍ୱରୁ ଆସୁଥିବା ଏକ ହାଇୱା ଗାଡିକୁ ଧକ୍କା ଦେଇଥିଲା ଟ୍ରକ. ପରେ ଗାଡି ଭିତରେ ଉଭୟ ଡ୍ରାଇଭର ଦୀର୍ଘ ସମୟ ଧରି ଫସି ରହିଥିଲେ. ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ,ଦମକଳ ବାହିନୀ ଓ ଆମ୍ବୁଲାନ୍ସ. ତିନି ଘଣ୍ଟା ଚେଷ୍ଟା କଲା ପରେ ଦୁଇ ଡ୍ରାଇଭରଙ୍କୁ ଗାଡିରୁ ଉଦ୍ଧାର କରାଯାଇଥିଲା. ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଜଣଙ୍କୁ ମାଲକାନଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି.

LEAVE A REPLY

Please enter your comment!
Please enter your name here