ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲକଡାଉନ ଅବଧି ବୃଦ୍ଧି ଘୋଷଣା କରିବା ସହ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି । ଲକଡାଉନ ଯୋଗୁ ସଂକ୍ରମଣ ଏବେ ତଳମୁହାଁ ହେବାରେ ଲାଗିଛି । ତେବେ ସଂକ୍ରମଣ ଉପରେ ପୁରା ଲଗାମ ଲଗାଇବାକୁ ହେଲେ ଆଉ କିଛିଦିନ ଲକଡାଉନରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଗତ ଶୁକ୍ରବାର ଦିନ ଦିଲ୍ଲୀରେ 8506 ପଜିଟିଭ୍ ରେକର୍ଡ କରାଯାଇଛି ।