ଇଟାଲୀର ନାପୋଲିରେ ଚାଲିଥିବା ବିଶ୍ୱ ୟୁନିଭରସିଟି ଗେମ୍ସରେ ଓଡିଆ ଆଥଲେଟ ଦୂତି ଚାନ୍ଦଙ୍କ ସଫଳତା । ୧୦୦ ମିଟର ଦୌଡ ଇଭେଣ୍ଟରେ ସ୍ୱର୍ଣ୍ଣ ଜିିତିଛନ୍ତି ଦୂତୀ । ଗତକାଲି ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ। ଏହି ଦୂରତାକୁ ୧୧.୩୩ ସେକେଣ୍ଡରେ ଅତିକ୍ରମ କରି ସ୍ୱିଜରଲ୍ୟାଣ୍ଡର ଆଜ୍‌ଲା ଡେଲ୍ ପୋଣ୍ଟେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ହାସଲ କରିଥିଲେ। ଦୂତୀ ସେମି ଫାଇନାଲ୍‌ରେ ୧୧.୪୧ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ। ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here