ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ . ଆତଙ୍କବାଦ ଘଟଣା ସହ ପାକିସ୍ତାନର କୌଣସି ସଂପର୍କ ନାହିଁ ଏବଂ ଯଦି ଜଣେ ବି ପାକିସ୍ତାନୀ ଏଥିରେ ସଂପୃକ୍ତ ଥିବାର ପ୍ରମାଣ ଭାରତ ଦିଏ, ତେବେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛେଇବେ ନାହିଁ ବୋଲି କହିଛନ୍ତି ଇମ୍ରାନ. ଭାରତ ବିନା ପ୍ରମାଣରେ ପାକିସ୍ତାନକୁ ଦାୟୀ କରୁଛି ବୋଲି ସେ କହିଛନ୍ତି . ଯଦି ଭାରତ ଯୁଦ୍ଧ କରିବ, ତାହେଲେ ପାକିସ୍ତାନ ତାର ଜବାବ ଦେବାକୁ ପ୍ରସ୍ତୁତ ରହିଛି ବୋଲି ଇମ୍ରାନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି.

 

LEAVE A REPLY

Please enter your comment!
Please enter your name here