କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ନକଲି ବିଇଡି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରିଥିଲେ । ୨୦୧୭ ମସିହାରେ ପ୍ରଶାନ୍ତ ସେଠୀ ଶିକ୍ଷକ ଭାବେ ଗୋଳାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଜାଲ୍ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହେଇଥିଲା । ଶିକ୍ଷା ବିଭାଗ ପକ୍ଷରୁ ତାଙ୍କ ବିରୁଦ୍ଧରେ ଯାଞ୍ଚ କରାଯିବାପରେ ଜଣାପଡିଥିଲା ଯେ, ପ୍ରଶାନ୍ତ ବିଇଡି ପରୀକ୍ଷା ଦେଇ ଫେଲ୍ ହୋଇଥିଲେ ଓ ଏକ ନକଲି ସାର୍ଟିଫିକେଟ୍ ଦେଇ ଚାକିରିରେ ଯୋଗ ଦେଇଥିଲେ । ସରକାରୀ ନିୟମ ଅନୁଯାୟୀ ଦରମା ନେଉଥିଲେ । ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ତାଙ୍କ ବିରୋଧରେ ଘଟଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ କାର୍ଯ୍ୟାନୁଷ୍ଠାନ ପରଠାରୁ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here