ନିଜ ରୁମରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଜଣେ ନବବିବାହିତା ଯୁବତୀ । ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଘଟିଛି ଏଭଳି ଏକ ଘଟଣା ।

ସୋମବାର ସକାଳୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଯୁବତୀଙ୍କ ମୃତଦେହ । ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁସାରେ ତାଙ୍କ ଝିଅକୁ ତାର ଶାଶୁଘର ଲୋକେ ଅନେକ ସମୟରେ ଯୌତୁକ ନିର୍ଯ୍ୟାତନା ଦେବା ସହ ତାଙ୍କ ଜ୍ୱାଇଁ ଙ୍କର ଅନ୍ୟ ଯୁବତୀଙ୍କ ସହ ସଂପର୍କ ଥିବାରୁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ।

ସୂଚନା ଅନୁଯାୟୀ, 21 ବର୍ଷୀୟ ଅନୀତା ସାହୁ ତିନି ମାସ ତଳେ ଦଶରଥ ସାହୁଙ୍କୁ ବିବାହ କରି ବଡ଼ଗଡ ବ୍ରିଟ୍ କଲୋନୀରେ ଥିବା ତାଙ୍କ ଶାଶୁ ଘରେ ରହୁଥିଲେ । ସ୍ୱାମୀଙ୍କର ଅନ୍ୟ ଯୁବତୀଙ୍କ ସହ ଥିବା ସଂପର୍କ ବିଷୟରେ ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏହା ସହ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ବୋଲି ବାରମ୍ବାର କହିଛନ୍ତି ଅନୀତା ।

ପାଖାପାଖି ରାତି 2 ଟା ସମୟରେ ଅନୀତାଙ୍କ ଶଶ୍ୱର ଘର ଲୋକେ ଅନୀତାର ରୁମରେ ତାର ଝୁଲନ୍ତା ଶବ ଦେଖିଥିଲେ । ସେମାନେ ଅନୀତାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ । ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସକୁ ଏ ସଂପର୍କରେ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

ମାତ୍ର ଅନୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ସ୍ୱାମୀ ଦଶରଥ ସାହୁଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here